Odisha Link
Bridging the Missing Links in Odisha

ସ୍କ୍ରାପିଂ ପାଇଁ ପ୍ରୋତ୍ସାହନ, ପୁରୁଣା ଗାଡ଼ିକୁ ସ୍କ୍ରାପିଂ କଲେ ମିଳିବ ଏହି ସୁବିଧା..

ଓଏଲ୍‌ ବ୍ୟୁରୋ: ଏଣିକି ୧୫ ବର୍ଷ ତଳର ପୁରୁଣା ଗାଡ଼ିକୁ ସ୍କ୍ରାପିଂ କଲେ ଛାଡ଼ ହେବ ୨ ବର୍ଷର ବକେୟା ଟିକସ। ପୁରୁଣା ଗାଡ଼ି ମାଲିକଙ୍କୁ ଆକୃଷ୍ଟ ପାଇଁ ରାଜ୍ୟ ପରିବହନ ବିଭାଗ ଏହି ନିଷ୍ପତ୍ତି ନେଇଛି ।୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକର ସ୍କ୍ରାପିଂ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସରକାର ବକୟା ପାଉଣା ଛାଡ କରିବା ଅବଧି ଆଉ ୨ବର୍ଷ ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ବିଭାଗ କହିଛି ୨୦୨୨ ମସିହାରେ ସରକାର ଗାଡ଼ି ସ୍କ୍ରାପ୍‍ ନୀତି ପ୍ରଣୟନ କରିଥିଲେ।

୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ ପାଇଁ ବ୍ୟବସ୍ଥା କରାଗଲେ ବକେୟା ଥିବା ଟିକସ ଏବଂ ଜରିମାନା ଛାଡ ବ୍ୟବସ୍ଥା ଏହି ନୀତିରେ ରହିଛି। ଏକବର୍ଷ ପାଇଁ ରହିଥିବା ଏହି ସମୟସୀମାକୁ ଏବେ ଆଉ ୨ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସଂସ୍ଥା ଦ୍ୱାରା ସ୍କ୍ରାପ୍‍ ହେବା ଜରୁରୀ। ସୂଚନାଯୋଗ୍ୟ ଗତ, ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗୋଟିଏ ବର୍ଷ ପାଇଁ ଏହି ନିୟମ ଲାଗୁ ହୋଇଥିଲା।

Leave A Reply

Your email address will not be published.