Odisha Link
Bridging the Missing Links in Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ହରିୟାଣା ଗସ୍ତ

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ।ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ହରିୟାଣା ଗସ୍ତରେ ଯାଉଛନ୍ତି। ୧୭ ତାରିଖରେ ଚଣ୍ଡିଗଡରେ ନବ ଗଠିତ ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ପରେ ଅପରାହ୍ନରେ ଚଣ୍ଡିଗଡ ଠାରେ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ।

ସୂଚନା ଅନୁସାରେ, ଆସନ୍ତା ୧୮ ଓ ୧୯ ତାରିଖରେ ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରିବାକୁ ଯାଉଛନ୍ତି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ’। ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପାରାଦ୍ବୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବାର ସମ୍ଭାବନା ରହିଛି।

Leave A Reply

Your email address will not be published.