Odisha Link
Bridging the Missing Links in Odisha

ମାତିଛନ୍ତି ସାଇବର ଠକ, ରାଜଧାନୀରେ ନକଲି କଲ୍ ସେଣ୍ଟର ଠାବ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ରାଜଧାନୀରେ ନକଲି କଲ୍ ସେଣ୍ଟର ଠାବ ହୋଇଛି। ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଠାବ କଲା ପୁଲିସ। ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ପ୍ଲାନ୍ ଚାଲୁଥିବା ସନ୍ଦେହ କରାଯାଉଛି। ସିମ୍‌ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି। ଏକାଧିକ ଲୋକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Leave A Reply

Your email address will not be published.