Odisha Link
Bridging the Missing Links in Odisha

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ଭେଟି। ଦୀପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛନ୍ତି। ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସରକାରୀ କର୍ମଚାରୀଙ୍କ ସହ ପେନ୍‌ସନ୍‌ ଭୋଗୀ ମଧ୍ୟ ଉପକୃତ ହେବେ। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ।

Leave A Reply

Your email address will not be published.