Odisha Link
Bridging the Missing Links in Odisha

ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତି ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ନିଯୋଗ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡକୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଭଳି ସତର୍କ କରାଇଛନ୍ତି ମୁଖ୍ୟ ପ୍ରଶାସକ। ଏହା ପରେ ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୁଆରମହାସୁଆର ନିଯୋଗର ଚିଠି। ଓମଫେଡ୍ ପରିବର୍ତ୍ତେ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୁଆରମହାସୁଆର ନିଯୋଗ ଚିଠି ଲେଖିଛନ୍ତି।

ସୂଚନା ଅନୁସାରେ, ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ହେବ। ଘିଅ ଦାମ୍‌ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଜଣାଇଲେ ପ୍ରଶାସକ। ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ନିଷେଦ୍ଧ, ଯଦି କେହି ଅନ୍ୟ ଘିଅ ଦେଉଳ ଭିତରକୁ ନିଅନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ରହିଛି। ତିରୁପତି ମଦିର ପ୍ରସାଦକୁ ନେଇ ବିବାଦ ଦେଖାଦେବା ପରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥିଲା।

ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ବାରୋପ କରିଛନ୍ତି।

ସୂଚନାଯୋଗ୍ୟ, ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସିବା ପରେ ପୁରୀ ମନ୍ଦିରରୁ ମିଳୁଥିବା ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ପରେ ଘିଅର ମନ ଯାଞ୍ଚ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

Leave A Reply

Your email address will not be published.