Odisha Link
Bridging the Missing Links in Odisha

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ: ସଙ୍କଟରେ ଟିମ୍‌ ଇଣ୍ଡିଆ, ୧୩ ରନରେ ରୋହିତ-ବିରାଟ-ସରଫରାଜ ଆଉଟ୍

ଓଏଲ୍‌ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳା ଯାଉଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚର ପ୍ରଥମ ଦିନରେ ଟସ୍‌ ପଡ଼ି ପାରିନଥିଲା। ଦ୍ବିତୀୟ ଦିନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ବର୍ଷା କାରଣରୁ ଖେଳ ସ୍ଥଗିତ ରହିଛି। ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୧୨ ଓଭର ୪ ଟି ବଲ୍‌ ଖେଳି ୧୩ ରନ୍‌ ସ୍କୋରରେ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଛି। ବର୍ତ୍ତମାନ କ୍ରିଜରେ ଯଶ୍ବସୀ ଜୟଶଓ୍ବାଲ ଓ ଋଷଭ ପନ୍ତ ଅପରାଜିତ ଅଛନ୍ତି।

ଟସ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ଯଶ୍ବସୀ ଜୟଶଓ୍ବାଲ ଇନିଂସ୍‌ ଅପନ କରିଥିଲେ। ହେଲେ ଦଳକୁ ମାତ୍ର ୯ ରନ୍‌ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ରୋହିତ ଶର୍ମାଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ ଟିମ୍‌ ସାଉଦି। ରୋହିତ ମାତ୍ର ୨ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ବିରାଟ କୋହଲି ପାରି ସମ୍ଭାଳିବାକୁ ଆସିଥିଲେ ହେଁ ଶୂନ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ତାଙ୍କ ପଛକୁ ସରଫରାଜ ଖାନ୍‌ ମଧ୍ୟ ଶୂନ୍ୟ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଭାରତୀୟ ଦଳ ମାତ୍ର ୧୩ ରନ୍‌ ସ୍କୋରରେ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ବର୍ଷା କାରଣରୁ ଖେଳ ସ୍ଥଗିତ ରହିଛି।

ଭାରତୀୟ ଦଳ ୨ଟି ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଛି। ଶୁଭମନ ଗିଲ୍‌ଙ୍କ ସ୍ଥାନରେ ସରଫରାଜ ଖାନ ଖେଳୁଥିବା ବେଳେ ଆକାଶଦୀପଙ୍କ ସ୍ଥାନରେ କୁଲଦୀପ ଯାଦବ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶ୍ବସୀ ଜୟଶଓ୍ବାଲ, ବିରାଟ କୋହଲି, ସରଫରାଜ ଖାନ, କେଏଲ୍‌ ରାହୁଲ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ

 

 

Leave A Reply

Your email address will not be published.