Odisha Link
Bridging the Missing Links in Odisha

ନାଗରିକତା ଆଇନ୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ବଡ଼ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ। ନାଗରିକତୋ ଅଧିନିୟମର ଧାରା ୬ଏକୁ ବୈଧ ବୋଲି କହିଛନ୍ତି ୫ଜଣ ଜଜଙ୍କୁ ନେଇ ହୋଇଥିବା ସମ୍ବିଧାନ ପୀଠ। ଦେଶର ସର୍ବୋଚ୍ଚ ଅଦାଲତ ୪-୧ ବହୁମତରେ ଏନେଇ ଶୁଣାଣି କରିଛନ୍ତି। ୫ ଜଣିଆ ସମ୍ବିଧାନ ପୀଠ ନାଗରିକତା ଅଧିନିୟମର ୬ଏକୁ ବୈଧତା ବୋଲି କହିଛନ୍ତି। ୧୯୮୫ ମସିହାରେ ହୋଇଥିବା ଆସାମ ଚୁକ୍ତି ପରେ ଏହି ଅଧିନିୟମ ଉପସ୍ଥାପିତ କରାଯାଇଥିଲା। ଯାହା ୧୯୭୧ ମସିହା ମାର୍ଚ୍ଚ ପୂର୍ବରୁ ଭାରତରେ ପ୍ରବେଶ କରୁଥିବା ବାଂଲାଦେଶୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ଦେବାରେ ରୋକ ଲଗାଉଥିଲା।

ସେକ୍ସନ୍‌ ୬ ମୁତାବିକ ଯେଉଁ ବାଂଲାଦେଶୀ ପ୍ରବାସୀ ୧ ଜାନୁଆରୀ ୧୯୬୬ ମସିହାରୁ ୨୫ ମାର୍ଚ୍ଚ ୧୯୭୧ ମସିହା ପର୍ଯ୍ୟନ୍ତ ଆସାମ ଆସିଥିଲେ, ସେହିମାନେ ଭାରତୀୟ ନାଗରିକତା ଭାବେ ନିଜକୁ ରେଜିଷ୍ଟର କରିପାରିବୋ। ୨୫ ମାର୍ଚ୍ଚ ୧୯୭୧ ପରେ ଆସାମ ଆସିଥିବା ବିଦେଶୀ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ନୁହନ୍ତି।

ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ କୁହାଯାଇଥିଲା ଯେ ୧୯୬୬ ପରେ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରୁ ଅବୈଧ ଭାବେ ଆସିଥିବା ଶରଣାର୍ଥୀଙ୍କ ଯୋଗୁଁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ସନ୍ତୁଳନ ବିଗାଡ଼ିବାରେ ଲାଗିଛି। ଯାହାଫଳରେ ରାଜ୍ୟର ମୂଳ ନିବାସୀଙ୍କ ରାଜନୈତିକ ଓ ସାସ୍କୃତିକ ଅଧିକାର କ୍ଷୂର୍ଣ୍ଣ ହେବାରେ ଲାଗିଛି। ସରକାର ନାଗରିକତା ଆଇନ୍‌ରେ ୬ଏ ଯୋଡ଼ିକରି ଅବୈଧ ପ୍ରବେଶକୁ ସରକାର ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.