Odisha Link
Bridging the Missing Links in Odisha

୩୭ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ପ୍ରଥମ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ଅଲଆଉଟ୍। ମାତ୍ର ୪୬ ରନ୍‌ ସ୍କୋର କରି ଭାରତୀୟ ଦଳ ଅଲଆଉଟ୍‌ ହୋଇଛି। ଘରୋଇ ମାଟିରେ ଭାରତର ଏହା ହେଉଛି ସବୁଠୁ ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୩୭ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୮୭ ମସିହାରେ ଭାରତରେ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୭୫ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଥିଲା। ଯାହା ଥିଲା ଘରୋଇ ମାଟରେ ଭାରତର ସର୍ବନିମ୍ନ ସ୍କୋର। ଏବେ ୩୭ ବର୍ଷର ରେକର୍ଡ ଭାଙ୍ଗି ଆଉ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ରୋହିତ ବାହିନୀ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଫପ୍ଲ ହେଲା ଟିମ୍‌ ଇଣ୍ଡିଆ ବ୍ୟାଟିଂ ଲାଇନ୍‌ ଅପ୍। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ସହଜରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ବେଙ୍ଗାଲୁରୁରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଙ୍କଟରେ ପଡ଼ିଛି। ବର୍ଷା ବାଧାପ୍ରାପ୍ତ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ସମସ୍ତ ଓ୍ବିକେଟ ହରାଇଛି। ନ୍ୟୁଜିଲାଣ୍ଡ ଦଳର ପେସ୍‌ ବାହିନୀ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅପ୍‌କୁ ପୁରା ଧ୍ବଂସ କରିବାରେ ସଫଳ ହୋଇଥିଲା।

ଭାରତୀୟ ଦଳ ପକ୍ଷରୁ ମାତ୍ର ୨ ଜଣ ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁବାରେ ସଫଳ ହୋଇଥିବା ବେଳେ ୫ ଜଣ ଖେଳାଳି ଖାାତା ଖୋଲିବାରେ ବିଫଳ ହୋଇଛନ୍ତି। ପାରିନାହାନ୍ତି। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଜୟଶଓ୍ବାଲ ୧୩ ରନ୍‌ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରିଙ୍କୁ ୫ ଓ୍ବିକେଟ ସଫଳତା ମିଳିଥିବା ବେଳେ ଓ୍ବିଲିୟମଙ୍କୁ ୪ ଓ୍ବିକେଟ ସଫଳତା ମିଳିଛି। ସେେହିପରି ଟିମ୍‌ ସାଉଦିଙ୍କୁ ଗୋଟିଏ ସଫଳତା ମିଳିଛି।

ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ସର୍ବନିମ୍ନ ସ୍କୋର:

୨୦୨୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଭାରତ ୩୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ସେହିପରି ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷ ଲଡସ୍‌ ଟେଷ୍ଟରେ ଭାରତୀୟ ଦଳ ୪୨ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ୨୦୨୪ ବେଙ୍ଗାଲୁରୁ ଟେଷ୍ଟରେ ଭାରତୀୟ ଦଳ ୪୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ସେହିପରି ୧୯୪୭ ବ୍ରିସବେନ୍‌ ଟେଷ୍ଟରେ ୫୮ ଓ ୧୯୫୨ ମଞ୍ଚେଷ୍ଟର ଟେଷ୍ଟରେ ୫୮ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ।

Leave A Reply

Your email address will not be published.