Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର ଠାବ: ୬ ଅଭିଯୁକ୍ତଙ୍କୁ ଜେରା କରିବ ପୁଲିସ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।

ତେବେ ଏସବୁ ମଧ୍ୟରେ ରାଜଧାନୀରେ ନକଲି କଲ୍ ସେଣ୍ଟର ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ସୁନ୍ଦରପଦା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଠାବ କଲା ପୁଲିସ। ସାଇବର ଠକେଇ ପାଇଁ ଆପାର୍ଟମେଣ୍ଟରେ ପ୍ଲାନ୍ ଚାଲୁଥିବା ସନ୍ଦେହ କରାଯାଉଛି। ସିମ୍‌ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି।

ସୁନ୍ଦରପଦାରେ ଫେକ୍‌ କଲ ସେଣ୍ଟର ଠାବ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡର ନେବାକୁ ପୁଲିସ ଆବେଦନ କରିଛି। ରିମାଣ୍ଡ ଆବେଦନ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସାଇଣ୍ଟିଫିକ୍‌ ଓ ଟେକ୍ନିକାଲ ଅଫିସରଙ୍କୁ ନେଇ ସ୍ପେଶାଲ ଟିମ୍‌ ଗଠନ ହୋଇଛି। ଖୁବ୍‌ଶୀଘ୍ର କୋଲକାତା ଗସ୍ତ କରିବ କମିଶନରେଟ୍‌ ପୁଲିସ।

ତେବେ ଏହି ଠକେଇ କରୁଥିବା ଦଳ ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି। ସଫ୍ଟୱେର ଓ ଆଣ୍ଟିଭାଇରସ ଅପଲୋଡ କରିବାକୁ କହି ଠକିଛନ୍ତି। ଗ୍ୟାଙ୍ଗରେ ଟେକନିକାଲ ଟିମ୍‌ ସହ ଗ୍ରାଜୁଏଟ ପିଲା କାମ କରୁଥିଲେ। ଜବତ ସମସ୍ତ ସାମଗ୍ରୀକୁ ଫରେନ୍ସିକ ଲ୍ୟାବ୍‌ ପଠାଯାଇଛି। ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ଏଜେନ୍ସି ସହ ଯୋଗାଯୋଗ କରାଯିବ ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.