Odisha Link
Bridging the Missing Links in Odisha

ବଢୁଛି ଶାସକ-ବିରୋଧୀ କଳି, ସଂତୃପ୍ତ ମିଶ୍ରଙ୍କ ବୟାନ ପରେ ସାରଦାଙ୍କ କଡ଼ା ଜବାବ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିକୁ ନେଇ ଵିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର ପ୍ରତିକ୍ରିୟା ରଖିବା ପରେ ସାରଦା ପ୍ରଧାନ ଜବାବ ରଖିଛନ୍ତି। ସେ କହିଛନ୍ତି, ସଂତୃପ୍ତ ମିଶ୍ର ରାଜନୀତିରେ ଛୁଆ। ନିର୍ବାଚନ ପୂର୍ବରୁ ସେ ମଧ୍ୟ ବିଜେପି ସହ ଯୋଡି ହୋଇଥିଲେ।

ଅନ୍ୟପଟେ, ଵିଜେଡି ମୁଖପାତ୍ର ସଂତୃପ୍ତ ମିଶ୍ର କହିଥିଲେ, ଝଡ଼ ଆସିଲେ ଗଛର ଦୁର୍ବଳ ଶାଖା ଗଳିପଡ଼େ। ଦଳରୁ ବିଜେପି ଯେତେ ନେତା ନେଵା କଥା ନେଉ। ପରାଜୟ ପାଇଁ କୌଣସି ଜଣେ ଵ୍ୟକ୍ତି ଦାୟୀ ନୁହଁନ୍ତି। ସରକାରରେ ନଥିଲେ ସୁଦ୍ଧା ସେବା କରିବାର ମନୋବୃତ୍ତି କେବେ ମଧ୍ୟ ବିଜେଡିର କମିବ ନାହିଁ।

ସୂଚନା ଅନୁସାରେ, ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି। ଏବେ କିନ୍ତୁ କିଛିଦିନ ହେଲା ସକ୍ରିୟ ରାଜନୀତିରୁ ନିବୃତ ରହିଛି। ବର୍ତ୍ତମାନ ଆଉ ବିଜେଡିରେ ନାହିଁ। ଏବେ ସ୍ବାଧୀନ ବୋଲି କହିଛନ୍ତି ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନି। ଏବେ ଆଉ ବିଜେଡିର ସଦସ୍ୟ ନାହିଁ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଥିଲେ ଯେ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ। ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ ଅଛନ୍ତି। ଅମର ଦଳ ଛାଡିଲେ ବିଜେଡିରେ ପଇସାକର ବି ପ୍ରଭାବ ପଡିବନି। ବିଜେଡି ତାଙ୍କୁ ପରିଚୟ ଦେଇଛି,ସ୍ଥିତି ଦେଇଛି । କିନ୍ତୁ ସେ ଏବେ ଦଳ ବିରୁଦ୍ଧରେ କହୁଛନ୍ତି। ଯାହା କେବେବି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅମର ଶତପଥୀ କହିଛନ୍ତି।

Leave A Reply

Your email address will not be published.