Odisha Link
Bridging the Missing Links in Odisha

ସାତକୋଶିଆ ଆସିବେ ୧୬ ମହାବଳ ବାଘ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରୀୟ ଭାରତ ଲ୍ୟାଣ୍ଡସ୍କେସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗିରହିଥିବା ଜଙ୍ଗଲ। ୫ ବର୍ଷ ଭିତରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ ବାଘ। ଜନପ୍ରତିନିଧିଙ୍କ ସହଯୋଗରେ ହେବ ବାଘ ସ୍ଥାନାନ୍ତରଣ। ଏନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ।

ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ସାତକୋଶିଆରେ ବା‌ଘବଂଶ ବୃଦ୍ଧି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ବ୍ୟାଘ୍ର ଅଭୟାରଣ୍ୟ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ବାଘ ନ ଥିବା ଜଣାପଡ଼ିବା ପରେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲୁ। ତାହାକୁ ଏନ୍‌ଟିସିଏ ଗ୍ରହଣ କରିବା ସହ ୭ ମାସ ଧରି ସେମାନଙ୍କର ଏକ ବୈଷୟିକ କମିଟି ସାତକୋଶିଆ ଅଭୟାରଣ୍ୟକୁ ଅନୁଧ୍ୟାନ କରୁଥିଲେ। ଏହି ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ସମ୍ପୃକ୍ତ କମିଟି ରିପୋର୍ଟ ଦେବା ପରେ ଏନ୍‌ଟିସିଏ ଅନୁମତି ଦେଇଛି। ପୂର୍ବଥର ଭଳି ଏଥର ଯେପରି ଗୋଟିଏ କିମ୍ବା ଦୁଇଟି ବାଘ ମରିବା ପରେ ପ୍ରକଳ୍ପ ବନ୍ଦ ନ ହୁଏ, ସେଥିପ୍ରତି ଗୁରୁତ୍ବ ଦେବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ସାତକୋଶିଆରେ ବାଘବଂଶ ବୃଦ୍ଧି କରିବାକୁ ୨୦୧୮ରେ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ବାଘ, ବାଘୁଣୀ ଅଣାଯାଇଥିଲା। କାହ୍ନା ଅଭୟାରଣ୍ୟରୁ ମହାବଳ ‘ମହାବୀର’ ଓ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଆସିଥିଲା। ତେବେ ଶିକାରୀଙ୍କ ପଞ୍ଝାରେ ପଡ଼ି ‘ମହାବୀର’ର ଜୀବନ ଯାଇଥିବା ବେଳେ ମଣିଷ ମାରିବା ଅଭିଯୋଗରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରାଯାଇଥିଲା। କିଛି ମାସ ଧରି ବନ୍ଦୀ ଜୀବନ କାଟିବା ପରେ ବାଘୁଣୀକୁ ପୁଣିଥରେ ମଧ୍ୟପ୍ରଦେଶ ଫେରାଇ ନିଆଯାଇଥିଲା।

Leave A Reply

Your email address will not be published.