Odisha Link
Bridging the Missing Links in Odisha

ମାଓ ଦମନ ସମୀକ୍ଷା ବୈଠକ: ବୌଦ୍ଧରେ ପୁଲିସ ମହାନିର୍ଦ୍ଦେଶକ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଡିଜିପି ଭାବେ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଛନ୍ତି ଡିଜିପି ୱା.ବି ଖୁରାନିଆ। କନ୍ଧମାଳ ସହ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ମାଓ ଦମନ ସମୀକ୍ଷା ମଧ୍ୟ ସମୀକ୍ଷା କରିଛନ୍ତି ଡିଜିପି। କନ୍ଧମାଳ ଜିଲ୍ଲାରେ ମାଓ ମୁକାବିଲାରେ ଓଡ଼ିଶା ପୁଲିସ ବିଶେଷ ସଫଳତା ପାଇବ ବୋଲି କହିଛନ୍ତି। ଏଥିସହ ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି, ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି।

ଜିଲ୍ଲା ପରିଦର୍ଶନ କରି ସମୀକ୍ଷା କରିବା ପରେ ବୌଦ୍ଧରେ ପହଞ୍ଚି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା ବୈଠକ ଡାକିଛନ୍ତି। ଆଉ କିଛି ସମୟ ମଧ୍ୟରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସମୀକ୍ଷା କରିବେ।

Leave A Reply

Your email address will not be published.