Odisha Link
Bridging the Missing Links in Odisha

ଭରତପୁର ଥାନା ଘଟଣା: ତଦନ୍ତ ତଥ୍ୟ ଦେବାକୁ କ୍ରାଇମବ୍ରାଞ୍ଚ ଏଡିଜି ହାଜର

ଓଏଲ୍‌ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ମାମଲାର ଆଜି ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ କ୍ରାଇମବ୍ରାଞ୍ଚ ଏଡିଜି। କମିଶନଙ୍କୁ ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କମିଶନ ଆଗରେ ଉପସ୍ଥିତ ହେଲେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର।

ଅନ୍ୟପଟେ, ଏହି ମାମଲାକୁ ନେଇ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଥାନାବାବୁଙ୍କ ପାଇଁ ଏସଓପି ଅଣାଯାଉ। ସ୍ୱତନ୍ତ୍ର ନିୟମ ଅନୁସାରେ ଥାନାବାବୁ ମାନେ କାର୍ଯ୍ୟ କରନ୍ତୁ। ସେନା କର୍ମଚାରୀଙ୍କୁ ଥାନାରେ ଥାନା ବାବୁ ମାନେ କିଭଳି ବ୍ୟବହାର କରିବେ ଏସଓପି ଅଣାଯାଉ।

ସୂଚନା ଅନୁସାରେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି।

Leave A Reply

Your email address will not be published.