Odisha Link
Bridging the Missing Links in Odisha

ଭରତପୁର ଥାନାକାଣ୍ଡ: ରେକର୍ଡ ହେବ ପୀଡ଼ିତାଙ୍କ ବୟାନ, ଦାଖଲ କରାଯିବ ସତ୍ୟପାଠ

ଓଏଲ୍‌ ବ୍ୟୁରୋ: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏହି ମାମଲାର ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କମିଶନ ଆଗରେ ଉପସ୍ଥିତ ହୋଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର। ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି, ଗୁଜରାଟ ଯାଇଥିବା ପୁଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ ସରିଛି।

ଘଟଣାରେ ସମ୍ପୃକ୍ତ ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ ମ୍ୟାପିଂ ଟେଷ୍ଟ ସରିଛି। ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ କହିବୁ। ଗୁଜରାଟ ଫରେନସିକ ଟିମ୍‌କୁ ଆମେ ଜଣାଇବୁ। ଖୁବ୍‌ଶୀଘ୍ର ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରାଯିବ। ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ। ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନଗତ ଆକ୍ସନ ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି।

ଅନ୍ୟପଟେ, ଏହି ମାମଲାକୁ ନେଇ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଥାନାବାବୁଙ୍କ ପାଇଁ ଏସଓପି ଅଣାଯାଉ। ସ୍ୱତନ୍ତ୍ର ନିୟମ ଅନୁସାରେ ଥାନାବାବୁ ମାନେ କାର୍ଯ୍ୟ କରନ୍ତୁ। ସେନା କର୍ମଚାରୀଙ୍କୁ ଥାନାରେ ଥାନା ବାବୁ ମାନେ କିଭଳି ବ୍ୟବହାର କରିବେ ଏସଓପି ଅଣାଯାଉ।

ସୂଚନା ଅନୁସାରେ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାଲିଛି।

Leave A Reply

Your email address will not be published.