Odisha Link
Bridging the Missing Links in Odisha

ଅଙ୍ଗଚୋରି ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। କଟକରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ବାଲିଗୁଡ଼ା ଥାନା ଟିକରବାଜୁ ଗ୍ରାମର ବାବୁଲା ଦିଗାଳ। ମୃତ୍ୟୁ ପରେ ଶବକୁ ନିଜ ଗାଁ ଟିକରବାଜୁରେ ସମାଧି ଦେଇଥିଲେ ପରିବାରଲୋକେ। ଅଭିଯୋଗ ପ୍ରକାରେ ସମାଧିସ୍ଥଳରେ ଏକଜୁକୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରିଛି ବାଲିଗୁଡ଼ା ପୁଲିସ।

ଅଙ୍ଗ ତସ୍କରୀ ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ପରେ କଟକ ସଦର ଥାନା ପୁଲିସର ଏକ ଟିମ୍‌ ପହଞ୍ଚି ପଚରାଉଚରା କରିଛି। ଅଙ୍ଗ ତସ୍କରୀ ନେଇ କନ୍ଧମାଳ ବାଲିଗୁଡ଼ାରୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରୁଦ୍ର ହସ୍ପିଟାଲର ମ୍ୟାନେଜର। ତେବେ ଏନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.