Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ: ୬୮ଟି ଆସନରେ ଳଢ଼ିବ ବିଜେପି

ଓଏଲ୍‌ ବ୍ୟୁରୋ: ହରିୟାଣା ଦଖଲ ପରେ ଏବେ ଭାରତୀୟ ଜନତା ପାର୍ଟିର ନଜର ଝାଡ଼ଖଣ୍ଡ ଉପରେ। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ରାଜନୈତିକ ଦଳ ଶେଷ ଅଙ୍କକଷା ଆରମ୍ଭ କରିଛନ୍ତି। କେନ୍ଦ୍ରରେ ଶାସନାଧୀନ ଏନ୍‌ଡିଏ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ କରିଛି। ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବିଜେପି ୬୮ଟି ଆସନରେ ନିର୍ବାଚନ ଲଢ଼ିବ।

ଅନ୍ୟପକ୍ଷରେ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିଅନ୍‌ ଏଜେଏସ୍‌ୟୁ ୧୦, ଜେଡିୟୁ ୨, ଏଲ୍‌ଜେପି ଗୋଟିଏ ଆସନରେ ନିର୍ବାଚନ ଲଢ଼ିବେ। ହିମନ୍ତ ବିଶ୍ବଶର୍ମା ଏବଂ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ନେତାମାନେ ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିଛନ୍ତି।

ଝାଡ଼ଖଣ୍ଡରେ ବିଜେପିର ସହ ପ୍ରଭାରୀ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ସହ ଝାଡ଼ଖଣ୍ଡରେ ପ୍ରାର୍ଥୀ ତାଲିକା ଜାରି ହେବ ।

Leave A Reply

Your email address will not be published.