Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ସଙ୍କଟମୋଚକ ‘ସରଫରାଜ’

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁ ଟେଷ୍ଟରେ ଟିମ୍‌ ଇଣ୍ଡିଆର ପ୍ରତ୍ୟବର୍ତ୍ତନ। ପ୍ରଥମ ଇନିଂସରେ ୪୬ ରନ୍‌ରେ ଅଲଆଉଟ୍‌ ହୋଇଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ କଲା ଦମଦାର ପ୍ରତ୍ୟବର୍ତ୍ତନ। ଏହି ପ୍ରତ୍ୟାବର୍ତ୍ତନର ନାୟକ ୨୬ ବର୍ଷିୟ ସରଫରାଜ ଖାନ୍। ଟିମ୍‌ ଇଣ୍ଡିଆର ସଙ୍କଟମୋଚକ ସାଜି ଦଳକୁ କଲେ ଦୃଢ଼। ପ୍ରଥମ ଇନିଂସରେ ଶୂନ ରନ୍‌ କରି ଆଉଟ ହୋଇଥିବା ସରଫରାଜ ଦ୍ବିତୀୟ ଇନିଂସରେ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଜଟିଳ ସ୍ଥିତିରେ ପ୍ରଥମ ଅନ୍ତର୍ଜାତୀୟ ଶତକୀୟ ଇନିଂସ୍‌ ଖେଳିଛନ୍ତି ସରଫରାଜ। ମାତ୍ର ୧୧୦ଟି ବଲରେ ୧୦୦ ରନ୍‌ ପୂରଣ କରିଥିଲେ ସରଫରାଜ। ୨୦୨୪ ଫେବ୍ରୁଆରୀ ମାସରେ ଟେଷ୍ଟ ଡେବ୍ୟୁ କରିଥିଲେ ସରଫରାଜ।

ସବୁଠୁ ବଡ଼କଥା ହେଲା ଗୋଟିଏ ଟେଷ୍ଟ ମ୍ୟାଚର କୌଣସି ବ୍ୟାଟସମ୍ୟାନ୍‌ ଶୂନରେ ଆଉଟ ହେବା ଓ ଶତକୀୟ ଇନିଂସ ଖେଳିବା ଟେଷ୍ଟ କ୍ରିକେଟରେ ୨୨ ଥର ଦେଖିବାକୁ ମିଳିଛି। ଅର୍ଥାତ୍‌ ପ୍ରଥମ ଇନିଂସ୍‌ରେ ଶୂନରେ ଆଉଟ ହେବା ଓ ଦ୍ବିତୀୟ ଇନିଂସରେ ଶତକୀୟ ଇନିଂସ ଖେଳିବା। ଯାହା ସରଫରାଜ କରି ଦେଖାଇଚନ୍ତି। ସୂଚନାଥାଉକି, ନିକଟରେ ବାଂଲାଦେଶ ବିପକ୍ଷ ସିରିଜରେ ଏଭଳି ରେକର୍ଡ ଦେଖିବାକୁ ମିଳିଥିଳା। ଶୁଭମନ ଗିଲ୍‌ ପ୍ରଥମ ଇନିଂସରେ ଆଉଟ୍‌ ହୋଇଥିବା ବେଳେ ଦ୍ବିତୀୟ ଇନିଂସ୍‌ରେ ଶତକୀୟ ପାରି ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଏଭଳି କାରନାମ କରିବାରେ ଭାରତର ଦ୍ବିତୀୟ ଖେଳାଳି ହୋଇଛନ୍ତି ସରଫରାଜ। ତାଙ୍କ ପୂର୍ବରୁ ୨୦୧୪ ମସିହାରେ ଶିଖର ଧାଓ୍ବନ ଏଭଳି ଶତକୀୟ ଇନିଂସ୍‌ ଖେଳିଥିଲେ।

ବର୍ତ୍ତମାନ ବର୍ଷା କାରଣରୁ ମ୍ୟାଚ୍‌ ସ୍ଥଗିତ ରହିଛି। ବର୍ତ୍ତମାନ ଭାରତୀୟ ଦଳ ୭୧ ଓଭର ବ୍ୟାଟିଂ କରି ୩ଟି ଓ୍ବିକେଟ ହରାଇ ୩୪୪ ରନ୍‌ ସ୍କୋର କରିଛି। ସରଫରାଜ ଖାନ୍‌ ୧୨୫ ଓ ଋଷଭ ପନ୍ତ ୫୩ ରନ୍‌ ସ୍କୋର କରି କ୍ରିଜରରେ ଅପରାଜିତ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୩ଟି ଓ୍ବିକେଟ ନେଇଥିବା ବେଳେ ଗ୍ଲେନ୍‌ ଫିଲିପ୍ସ ଗୋଟିଏ ଓ୍ବିକେଟ ନେଇଛନ୍ତି।

Leave A Reply

Your email address will not be published.