Odisha Link
Bridging the Missing Links in Odisha

ରବି ଟକିଜ୍‌ ଅଞ୍ଚଳରେ ସେକ୍ସ ରାକେଟ୍‌ ଠାବ, ମାଲିକକୁ ଉଠାଇନେଲା ପୁଲିସ

ଓଏଲ୍‌ ବ୍ୟୁରୋ: ରଜାଧାନୀ ଭୁବନେଶ୍ବରରେ ଚାଲିଥିଲା ସେକ୍ସ ରାକେଟ୍। ରବି ଟକିଜ୍‌ ଅଞ୍ଚଳରେ ଥିବା ଏକ ସ୍ପା ଓ ସେଲୁନ୍‌ରୁ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ। ରବି ଟକିଜ୍ ସ୍ଥିତ ଏକ ସ୍ପା ଆଣ୍ଡ୍ ସାଲୁନ୍‌ରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବଡ଼ଗଡ଼ ପୁଲିସ ସୂଚନା ପାଇଥିଲା। ସୂଚନା ପାଇବା ପରେ ପୋଲିସ ଉକ୍ତ ସ୍ପାରେ ରେଡ୍ କରିଥିଲା।

ସ୍ପା ମାଲିକଙ୍କୁ ପୁଲିସ ଉଠାଇ ନେଇଥିବା ସୂଚନା ରହିଛି। ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ତେବେ ଯୁବତୀଙ୍କୁ ଜୋରଜବରଦସ୍ତ ସ୍ପାରେ ରଖିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.