Odisha Link
Bridging the Missing Links in Odisha

ବେଙ୍ଗାଲୁରୁ ଟେଷ୍ଟ: ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ୍‌ର ବିଜୟ ଲକ୍ଷ୍ୟ, ୪୬୨ରେ ଭାରତ ଅଲଆଉଟ୍‌

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ବେଙ୍ଗାଲୁରୁ ଟେଷ୍ଟ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ୪୬୨ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଯାଇଛି। ଯାହାଫଳରେ କିଓ୍ବି ଦଳ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ସରଫରାଜ ଖାନ ଓ ଋଷଭ ପନ୍ତଙ୍କ ଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ ଅପ୍‌ ଭୁଶୁଡ଼ି ପଡ଼ିଥିଲା।

ପ୍ରଥମ ଇନିଂସରେ ୪୬ରନରେ ଅଲଆଉଟ୍‌ ହୋଇଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ଦମ୍‌ ଦେଖାଇଥିଲା। ସରଫରାଜ ଖାନଙ୍କ ୧୫୦, ପନ୍ତଙ୍କ ୯୯ ରନ୍‌ ସ୍କୋର ବଳରେ ଭାରତୀୟ ନିଜ ସମ୍ମାନ ରଖିବାରେ ସଫଳ ହୋଇଥିଲା। ସବୁୁଠୁ ବଡ଼କଥା ହେଲା ଇନିଂସ ପରାଜୟରୁ ଭାରତ ବର୍ତ୍ତି ଯାଇଛି। ସେହିପରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ଦଳକୁ ଦମ୍ଭ ଦେଇଥିଲା। ହେଲେ ପନ୍ତ ଓ ସରଫରାଜ ଆଉଟ ହେବା ପରେ ଆଉ ବିଶେଷ କିଛି କରି ପାରିନଥିଲେ ଭାରତୀୟ ଖେଳାଳି। ଯାହାଫଳରେ ଭାରତୀୟ ଦଳ ୪୬୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।

ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ମ୍ୟାଟ ହେନରୀ ଓ ଓ୍ବିଲିୟମ୍‌ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅଜାଜ ପଟେଲ ୨ଟି ଓ୍ବିକେଟ ନେଇଛନ୍ତି। ସେହିପରି ଟିମ୍‌ ସାଉଦି ଓ ଗ୍ଲେନ୍‌ ଫିଲିପ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

Leave A Reply

Your email address will not be published.