Odisha Link
Bridging the Missing Links in Odisha

ସମ୍ଭାବ୍ୟ ବାତ୍ୟା ମୁକାବିଲା: ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ, ୧୧ଟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଓଏଲ୍‌ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ଦାନା’ ରଖାଯାଇଛି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଓଡ଼ିଶା ସରକାର।

ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଉଛି। ନିଜ ନିଜ ଦାୟିତ୍ବକୁ ସୁଚାରରୂପେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲ ଛୁଟି ପ୍ରସଙ୍ଗରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲ୍ଲାପାଳ ମାନେ ଛୁଟି ଘୋଷଣା କରି ପାରିବେ। ଜିଲ୍ଲାପାଳଙ୍କ ପାଖରେ ସେହି କ୍ଷମତା ରହିଛି।

ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ସରକାର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଆଜି ଦିନ ୧୧ଟାରେ ମୁଖ୍ୟ ସଚିବ ଏକ ଜରୁରୀ ବୈଠକ ଡାକିଛନ୍ତି। ଏସଆରସିଙ୍କ କାର୍ଯ୍ୟାଳୟରେ ହେବାକୁ ଥିବା ଏ​‌ହି ବୈଠକରେ ଏସଆରସି ଏବଂ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳମାନେ ଭିସିରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.