Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ପୁଲିସ ବାବୁ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜଣେ ପୁଲିସ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଖଣ୍ଡପଡ଼ା ଥାନାର ପୁଲିସ ଏସ୍ଆଇ ଶେଖ ହବିବୁଲ ରହେମାନ। ମଦ ବେପାରୀଠୁ ୩ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୁଲିସ ଏସ୍ଆଇ ରେହମାନଙ୍କୁ ଭିଜିଲାନ୍ସ ଗିରଫ କରିଛି।

Leave A Reply

Your email address will not be published.