Odisha Link
Bridging the Missing Links in Odisha

କରନ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ର ୫୦% ଅଂଶଧନ କିଣିବେ ଅଦାର ପୁନଓ୍ବାଲା

ଓଏଲ୍‌ ବ୍ୟୁରୋ: ବଲିଉଡର ଜଣାଶୁଣା ପ୍ରଯୋଜକ, ଅଭିନେତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନକୁ ନେଇ ଆସିଲା ବଡ଼ ଖବର। ଭ୍ୟାକସିନ୍‌ ବନାଉଥିବା ଜଣାଶୁଣା କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା, ଧର୍ମା ପ୍ରଡକ୍ସନର ୫୦ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି। ୫୦% ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିବାକୁ ଯାଉଛନ୍ତି ପୁନାଓ୍ବାଲା। ଏନେଇ ଏକ ଖବର ଇକୋନିମିକ୍ସ ଟାଇମ୍ସରେ ପ୍ରକାଶ ପାଇଛି।

ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ବସ୍‌ ଅଦାର ପୁନାଓ୍ବାଲା ଧର୍ମା ପ୍ରଡକ୍ସନ୍‌ରେ ଏହି ନିବେଶ ସିରୀନ ପ୍ରଡକ୍ସନ ଜରିଆରେ କରୁଛନ୍ତି। ସବୁଠୁ ବଡ଼କଥା ହେଲା ଅଦାର ପୁନଓ୍ବାଲା ୫୦% ଅଂଶଧନ କିଣିଥିବା ବେଳେ ମାଲିକାନା ଧର୍ମା ପ୍ରଡକ୍ସନ ପାଖରେ ହିଁ ରହିବ। କରନ ଜୋହର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ। ଅପୂର୍ବ ମେହେତା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ।

ଧର୍ମା ପ୍ରଡକ୍ସନରେ କରନ ଜୋହରଙ୍କ ୯୦.୭ ପ୍ରତିଶତ ମାଲିକାନା ରହିଛି। ବାକି ମାଲିକାନା କରନ ଜୋହରଙ୍କ ମା’ ହିରୁ ଜୋହରଙ୍କ ପାଖରେ ରହିଛି। କିଛି ମାସ ହେବ ଧର୍ମା ପ୍ରଡକ୍ସନ ନିବେଶକଙ୍କ ସନ୍ଧାନରେ ଥିଲା। ଧର୍ମା ପ୍ରଡକ୍ସନ, ସଞ୍ଜୀବ ଗୋଏଙ୍କା ସାରେଗାମା ସମେତ ଆଉ କିଛି ଦିଗଜ୍ଜ ଓ ନିବେଶକଙ୍କ ସହିତ ଆଲୋଚନା ଜାରି ରଖିଥିଲା। ରିଲିୟାନ୍ସ ଇଣ୍ଡଷ୍ଟ୍ରୀଜ ଓ ଜିଓ ସିନେମା ସହିତ ବି ଆଲୋଚନା ଜାରି ରଖିଥଲା। ରାଇନ୍‌ ଗ୍ରୁପ୍‌ ଏହି ଡିଲର ଆଉଭାଇର ଥିଲା।

ସୂଚନାଥାଉକି, ଧର୍ମା ପ୍ରଡକ୍ସନ ୨୦୨୩ ଆର୍ଥିକ ବର୍ଷରେ ୪ ଗୁଣା ଲାଭ ପାଇଥିଲା। ୨୦୨୩ରେ କମ୍ପାନୀର ରେଭିନ୍ୟୁ ୧୦୪୦ କୋଟି ଟଙ୍କା ହୋଇଥିଲା। ତା ପୂର୍ବ ବର୍ଷ ରେଭିନ୍ୟୁ ୨୭୬ କୋଟି ଟଙ୍କା ଥିଲା।

Leave A Reply

Your email address will not be published.