Odisha Link
Bridging the Missing Links in Odisha

ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ଓଡ଼ିଶାରେ ଲ୍ୟାଣ୍ଡଫଲ!

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଭଦ୍ରକ ଓ କେନ୍ଦ୍ରାପଡ଼ା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ। ବାତ୍ୟାର ଲ୍ୟାଣ୍ଡଫଲ ନେଇ ନୂଆ ଗତିପଥ ଜାରି କଲା ଭାରତୀୟ ପାଣିପାଗ କେନ୍ଦ୍ର। ୨୪ ତାରିଖ ରାତି ଓ ୨୫ ସକାଳେ ଲ୍ୟାଣ୍ଡଫଲ କରିବ। ପବନର ବେଗ ୧୦୦ରୁ ୧୧୦କିମି ରହିବା ସମ୍ଭାବନା ରହିଛି।

ବାତ୍ୟାକୁ ନଜରରେ ରଖି ଏସ୍ଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ କରାଇଅଛନ୍ତି ଏସ୍ଆରସି। ଅପରାହ୍ନ ୪ଟାରେ ବୈଠକ କରିବେ ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ବାତ୍ୟାର ସ୍ତିତି ସମୀକ୍ଷା ସହ ପ୍ରସ୍ତୁତ ରହିବା ନେଇ ବୈଠକରେ ଆଲୋଚନା ହେବ। ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ ଥିବା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଭୟଭୀତ ହୁଅନ୍ତୁ ନାହିଁ। ମୁଖ୍ୟ ସଚିବ ଓ SRC ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସନ୍ଧ୍ୟାରେ ମୁଁ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିବି। ଜଳବନ୍ଦୀ ସ୍ଥିତି ପାଇଁ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ।ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାର କବଚ ବୋଲି ସେ କହିଛନ୍ତି।

ଅନ୍ୟପଟେ, ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଥିବାବେଳେ ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି।

Leave A Reply

Your email address will not be published.