Odisha Link
Bridging the Missing Links in Odisha

ରଣଜୀ ଟ୍ରଫି: ଓଡ଼ିଶା-ଜମ୍ମୁ କଶ୍ମୀର ମ୍ୟାଚ୍‌ ଡ୍ର’, ୧ ପଏଣ୍ଟ ସହିତ ଖାତା ଖୋଲିଲା ଓଡ଼ିଶା

ଓଏଲ୍‌ ବ୍ୟୁରୋ: ରଣଜୀ ଋତୁ ୨୦୨୪-୨୫ର ପ୍ରଥମ ମୁକାବିଲାକୁ ଡ୍ର ରଖିବାରେ ସଫଳ ହୋଇଛି ଓଡ଼ିଶା ରଣଜୀ ଦଳ। ଜମ୍ମୁ-କଶ୍ମୀର ଓ ଓଡ଼ିଶା ମଧ୍ୟରେ ଖେଳା ଯଇଥିବା ମୁକାବିଲା ଡ୍ର’ରେ ଶେଷ ହୋଇଛି। ମ୍ୟାଚ୍‌ ଡ୍ର ହୋଇଥିବା ସତ୍ତ୍ବେ ଜମ୍ମୁ-କଶ୍ମୀର ଦଳକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ଦଳକୁ ୧ ପଏଣ୍ଟ ମିଳିଛି।

କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ଓଡ଼ିଶା-ଜମ୍ମୁ କଶ୍ମୀର ମ୍ୟାଚ୍। ଜମ୍ମୁ କଶ୍ମୀର ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ଓଡ଼ିଶା ଦଳ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ ଇନିଂସରେ ଡେବ୍ୟୁଟାଣ୍ଟ ସୁମିତ ଶର୍ମାଙ୍କ ଫ୍ଲିପର ବଳରେ ଜମ୍ମୁ ଟିମ୍‌କୁ ଓଡ଼ିଶା ୨୭୦ରେ ଅଲ୍‌ଆଉଟ୍‌ କରିଥିଲା। ଓଡ଼ିଶା ଦଳ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଶତକୀୟ ବଳରେ ୨୭୨ ରନ୍‌ କରିଥିଲା। ପ୍ରଥମ ଇନିଂସରେ ୨ ରନ୍‌ରେ ଆଗୁଆ ରହିଥିଲା ଓଡ଼ିଶାା। ହେଲେ ଦ୍ବିତୀୟ ଇନିଂସରେ ଜମ୍ମୁ କଶ୍ମୀର ଟିମ୍‌ ୭ ଓ୍ବିକେଟ ହରାଇ ୨୭୦ ରନ୍‌ ସ୍କୋର କରି ପାଳି ଘୋଷଣା କରିଥିଲା।

ଓଡ଼ିଶା ଆଗରେ ୨୬୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ଜମ୍ମୁ କଶ୍ମୀର। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୮ ଓ୍ବିକେଟ ହରାଇ ୧୧୨ ରନ୍‌ ସ୍କୋର କରଥିଲା। ଯାହାଫଳରେ ମ୍ୟାଚଟି ଡ୍ର’ ହୋଇଥିଲା। ଜମ୍ମୁକଶ୍ମୀରକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶାକୁ ଗୋଟିଏ ପଏଣ୍ଟ ମିଳିଛି।

Leave A Reply

Your email address will not be published.