Odisha Link
Bridging the Missing Links in Odisha

ବିଜେବି ଏମ୍.ଏ.ଜେ.ଏମ୍.ସି ଆଲୁମିନାର ପ୍ରଥମ ବନ୍ଧୁ ମିଳନ

ଓଏଲ୍‌ ବ୍ୟୁରୋ: ବିଜେବି କଲେଜ ଏମ୍.ଏ.ଜେ.ଏମ୍.ସି ବିଭାଗର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗଠନ ହୋଇଥିବା ଆଲୁମିନା ଆସୋସିଏସନର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅକ୍ଟୋବର ୨୦ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ ଏହି ମିଳନ ପର୍ବରେ ୨ ଶହରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତେ ନିଜ ନିଜର ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ ପୁନଃ ସ୍ମରଣ କରିଥିଲେ ଏବଂ ନାଚଗୀତ ଓ ଭୋଜିଭାତର ମଜା ନେଇଥିଲେ।

ଏହି ଦିବସ ଆଲୁମିନାର ସମସ୍ତ ସଦସ୍ୟଙ୍କ ପାଇଁ ଏକ ସୁବର୍ଣ୍ଣ ଦିନ ଥିଲା। ଏହି ଅବସରରେ ସବୁଜ ପରିବେଶ ଲକ୍ଷ୍ୟରେ ‘ବୃକ୍ଷ ବନ୍ଧୁ’ କାର୍ଯ୍ୟକ୍ରମ ଜରିଆରେ ଆଲୁମିନାର ଶତାଧିକ ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥିମାନେ ବୃକ୍ଷ ଚାରା ବଣ୍ଟନ କରିଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରାଯାଇଥିଲା। ତେବେ ଆଗାମୀ ଦିନରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ଦକ୍ଷ କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି।

ଏହି ଅବସରରେ ଦିବଙ୍ଗତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଆୟୋଜିତ ଏହାର ଏକ ସ୍ବତନ୍ତ୍ର ଉତ୍ସବରେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ନଳୀନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ପୂର୍ବତନ ଅତିଥି ଅଧ୍ୟାପକ ବିଭୂଦତ୍ତ ମହାପାତ୍ର, ମାନସ ସାହୁ, ଅମିତ୍ ନିଓଗି ଓ ଦେବାଶିଷ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା ସ୍ବୟଂ ପ୍ରକାଶ ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ରାଉତ, ସାଧାରଣ ସମ୍ପାଦକ ଲିପୁନ କୁମାର ପରିଡ଼ାଙ୍କ ସମେତ ଆଲୁମିନା ଆସୋସିଏସନର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ, ବୈଠକକୁ ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ପରିଚାଳନା କରିଥିବା ବେଳେ ଅର୍ଥ ସମ୍ପାଦକ ଶାନ୍ତସ୍ୱରୂପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁବ୍ରତ କୁମାର ନାୟକ, ଦିବ୍ୟଜ୍ୟୋତି ମହାନ୍ତି, ସମ୍ପାଦକ ଅତୁଲ୍ୟ ବାଉତ, ସ୍ମୃତି ପ୍ରିୟଦର୍ଶିନୀ, ଶ୍ୟାମକାନ୍ତ ସାହୁ, ସତ୍ୟଜିତ୍ ସାହୁ, ଅର୍ଥ ସମ୍ପାଦକ ଓମକାର ପ୍ରସାଦ ପଟ୍ଟନାୟକ, ଦେବେନ୍ଦ୍ର ପୃଷ୍ଟି, କଲଚୁରାଲ୍ ସେକ୍ଟ୍ରୋରୀ ପ୍ରଦିପ୍ତ ମହାପାତ୍ର, ସୌମ୍ୟକାନ୍ତ ପାତ୍ର, ପଲ୍ଲବୀ ମହାରଣା, ମିଡିଆ ଆଡଭାଇଜର ରାଜା ରାକେଶ ମହାରଣା ଓ ପ୍ରଣୟୀ ଗିତିକା ପ୍ରଧାନ ଏବଂ ଅନୁଷ୍ଠାନର ସଦସ୍ୟ ଭାବେ ଅସମାପିକା, ରାଜେଶ ରାଉତ, ସନ୍ଦୀପ କୁମାର ଦାସ, ତପନ କୁମାର ଓ ରାଜା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.