ଭିଜିଲାନ୍ସ ପଞ୍ଝାରେ ମୁଖ୍ୟଯନ୍ତ୍ରୀ
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି କେନ୍ଦୁଝର ବୈତରଣୀ ବେସିନ୍ ଡିଭିଜନର ମୁଖ୍ୟଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଛି।
ସୂଚନା ଅନୁସାରେ, କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ହୋଇ ଆସୁଥିଲା। ଶେଷରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବର୍ତ୍ତମାନ ଯାଏ ୩୬ଟି ଜାଗା, ୩ଟି ଫ୍ଲାଟ ଓ ଯାଜପୁରର କୋରେଇ ଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି। ଏଥିସହ କେନ୍ଦୁଝର ଅଫିସ, ସରକାରୀ ବାସଭବନ, ଯାଜପୁରର କୋରେଇ ଓ ବ୍ୟାସନଗର, ଭୂବନେଶ୍ଵର, କଟକ ଓ ପୁରୀ ସମେତ ୧୦ଟି ଜାଗାରେ ଏକକାଳୀନ ଚଢାଉ ଚାଲିଛି ।