Odisha Link
Bridging the Missing Links in Odisha

କେନ୍ଦ୍ରକୁ ଏନ୍‌ଡିଆରଏଫ୍ ଟିମ୍‌ ମାଗିଲା ରାଜ୍ୟ, ଚିଠି ଲେଖିଲେ ଅତିରିକ୍ତ ଏସ୍ଆରସି

ଓଏଲ୍‌ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲେ ଅତିରିକ୍ତ ଏସ୍ଆରସି। ଆଜି ସୁଦ୍ଧା ୧୦ଟି ଅତିରିକ୍ତ ଟିମ୍‌ ପଠାଇବାକୁ ଚିଠି ଲେଖିଛନ୍ତି। ୧୦ଟି ଅତିରିକ୍ତ ଏନ୍‌ଡିଆରଏଫ୍ ଟିମ୍‌ ପଠାଇବାକୁ ଚିଠି। ରାଜ୍ୟ ବାହାରୁ ଅତିରିକ୍ତ ୧୦ଟି ଟିମ୍‌ ଆସିବେ। ୧୦ଟି ଜିଲ୍ଲାରେ ମୁତୟନ ହେବେ ୨୦ଟି ଓଡ୍ରାଫ ଟିମ୍।

ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସରକାର ପ୍ରସ୍ତୁତ ଥିବା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ୫ ଶହ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ଅଛି। ଏହି ଆଶ୍ରୟ ସ୍ଥଳୀରେ ସ୍କୁଲ, କଲେଜ ଆଦି ରହିଛି। ମହିଳା, ଶିଶୁ ଓ ବରିଷ୍ଠ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଗୁଆ ସ୍ଥାନାନ୍ତର କରାଯାଉଛି। ସମସ୍ତ ପ୍ରକାର ମାନବୀୟ ସୁବିଧା ଓ ରିଲିଫ ସେଣ୍ଟର ପ୍ରସ୍ତୁତ ରହିଛି। ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ୨୫୦ ରିଲିଫ ସେଣ୍ଟରର ତଦାରଖ କରାଯାଇଛି। ଗର୍ଭବତୀ ଓ ବୟସ୍କଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ।

ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁତୟନ ଓଡ୍ରାଫ ଟିମ୍‌ କରାଯାଇଛି। ଆବଶ୍ୟକ ହେଲେ ହେଲିକପ୍ଟର ମୁତୟନ ହେବ। ତେବେ ୨୫ ତାରିଖ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

Leave A Reply

Your email address will not be published.