Odisha Link
Bridging the Missing Links in Odisha

‘ଆଜି ଗଭୀର ଅବପାତ, ପ୍ରଭାବିତ ହେବ ଉତ୍ତର ଓଡ଼ିଶା’

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଗଭୀର ଅବପାତରେ ପରିଣତ ହେବ ଅବପାତ।

ଆସନ୍ତା ୨୪ ଓ ୨୫ ସକାଳ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ପୁରୀରୁ ସାଗରଦ୍ବୀପ ମଧ୍ୟରେ ଏହାର ପ୍ରଭାବ ରହିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ରୁ ୧୨୦ କିମି ରହିବ। ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ। ଏହା ପ୍ରଭାବରେ କିଛି ସ୍ଥାନରେ ପ୍ରବଳ ବର୍ଷିବ। ବର୍ତ୍ତମାନ ଏହା ପୂର୍ବ ବଙ୍ଗୋପ ସାଗରରେ ରହିଛି। ପାରାଦୀପରୁ ଦକ୍ଷିଣ ପୂର୍ବକୁ ୭୦୦ କିଲୋମିଟର ଦୂରରେ ରହିଛି। ସାଗର ଦ୍ବୀପପୁଞ୍ଜରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବକୁ ରହିଛି। ୨୪ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.