Odisha Link
Bridging the Missing Links in Odisha

ବାତ୍ୟା ପାଇଁ ୩ ଦିନ କଲେଜ ଛୁଟି ଘୋଷଣା

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ ଦିନିଆ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି।

ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଅଙ୍ଗବାଡି କେନ୍ଦ୍ର ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁ ୧୪ଟି ଜିଲ୍ଲା ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି, ସେଗୁଡ଼ିକ ହେଉଛନ୍ତି-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।

ଅନ୍ୟପଟେ, ରାଜ୍ୟରେ ବାତ୍ୟା ଭୟ ବଢ଼ୁଥିବାରୁ ହେବାକୁ ଥିବା ମେଧାବୃତ୍ତି ପରୀକ୍ଷା ଏନଆରଟିଏସ ଓ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଗତକାଲି ସ୍ଥଗିତ ଘୋଷଣା କରାଯାଇଥିଲା। ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ ପାଇଁ ଆଜି ନିର୍ଦ୍ଦେଶ ଦିଆ

Leave A Reply

Your email address will not be published.