Odisha Link
Bridging the Missing Links in Odisha

ଆଜି ମୋଦି-ଜିନ୍‌ପିଙ୍ଗ ଭେଟଘାଟ, ୫ ବର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ବୈଠକ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଜଟିଳ ପରିସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଯାହା ଉପରେ ସାରା ବିଶ୍ବର ନଜର ରହିଛି। ସବୁଠୁ ବଡ଼କଥା ହେଲା ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହେଉଛି।

ଏହି ବୈଠକ ପୂର୍ବରୁ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ୨୦୨୦ରୁ ଚାଲିଥିବା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହୋଇଛି। ଦୁଇ ଦେଶ ମଧ୍ୟରେ ବୁଝାମଣା ପରେ ଚୀନ୍ ରାଷ୍ଟ୍ରଦୂତମାନେ ଗତକାଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିଥିଲେ, ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ଏହି ରାଜିନାମା ଉପରେ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।

୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ସାକ୍ଷାତ କରିଥିଲେ। ହେଲେ ଶେଷଥର ପାଇଁ ୨୦୨୦ ମସିହାରେ ଦୁୂଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଥିଲା

Leave A Reply

Your email address will not be published.