Odisha Link
Bridging the Missing Links in Odisha

ଉତ୍ତରପ୍ରଦେଶ ଉପନିର୍ବାଚନ: ସଂଘ ପ୍ରମୁଖଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ସାଧାରଣ ନିର୍ବାଚନ ପରେ ପୁଣିଥରେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି। ନିର୍ବାଚନ ମାହୋଲ ମଧ୍ୟରେ ଏକ ବୈଠକ ପୁରା ରାଜନୀତିର ପାରାକୁ ବଢ଼ାଇ ଦେଇଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କ ମଥୁରାରେ ଏକ ବୈଠକ ହୋଇଥିଲା। ଭୋଟ ପଡ଼ିବା ପୂର୍ବରୁ ଏହି ବୈଠକ ଏବେ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ଏହି ବୈଠକକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଥିବା ବେଳେ ମହାକୁମ୍ଭ ମେଳା ପାଇଁ ମୋହନ ଭାଗବତଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଏମ୍‌ ଯୋଗୀ ଯାଇଥିବା କୁହାଯାଉଛି। ଦୁଇ ଜଣଙ୍କ ମଧ୍ୟରେ ପାଖାପାଖୀ ୪୫ ମିନିଟ୍‌ ଧରି ଆଲୋଚନା ଚାଲିିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ମେଳା ପାଇଁ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଉପନିର୍ବାଚନରେ ସଂଘର ସ୍ବଂୟସେବକଙ୍କ କଥାକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଏଥିସହିତ ସଂଘ ପକ୍ଷରୁ ଦିଆଯାଇଥିବା ଫିଡବ୍ୟାକକୁ ଆଧାର କରି ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ରହିଛି।

ସଂଘ ପ୍ରମୁଖ ଯୋଗୀଙ୍କୁ ମଧ୍ୟ ଆଶ୍ବସ୍ତ କରି କହିଛନ୍ତି ଯେ ହରିୟାଣା ପରି ଉତ୍ତର ପ୍ରଦେଶ ଉପନିର୍ବାଚନରେ ସ୍ବଂୟସେବକ ମାନେ ସହଯୋଗ କରିବେ। ଯୋଗୀ ଉପନିର୍ବାଚନକୁ ନେଇ ଚିନ୍ତାରେ ଅଛନ୍ତି କାରଣ। ଉପନିର୍ବାଚନ ତାଙ୍କ ଲୋକପ୍ରିୟତାର ମାପଦଣ୍ଡ ସଦୃଶ। ସେଥିପାଇଁ ଉପନିର୍ବାଚନ ହେବାକୁ ଥିବା ୯ଟି ଯାକ ଆସନରେ ଯୋଗୀ ନିଜେ ନଜର ରଖିଛନ୍ତି।

Leave A Reply

Your email address will not be published.