Odisha Link
Bridging the Missing Links in Odisha

ମାଡ଼ି ଆସୁଛି ଦାନା, ବଡ଼ ସୂଚନା ଦେଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହା ୧୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ବାତ୍ୟା ପାଇଁ ସରକାର ପ୍ରସ୍ତୁତି ଜାରି ରଖିଥିବାବେଳେ ବାତ୍ୟାକୁ ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ବିଭାଗର କଣ୍ଟ୍ରୋଲ ରୁମ୍ ରହିବ। ସେବା ଯୋଗାଇଦେବା ଲାଗି କଣ୍ଟ୍ରୋଲ ରୁମ୍ ରହିବ। ବିଭିନ୍ନ ଜିଲ୍ଲାରେ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଦାୟିତ୍ବ ପରିଚାଳନା କରିବେ ମନ୍ତ୍ରୀ। ଗ୍ରାଉଣ୍ଡ ଜିରୋରେ ରହିବେ ଅଧିକାରୀ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜି ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନାନ୍ତର ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ ପାଇଁ ନିର୍ଦ୍ଦେଶ ରହିଛି। ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ସମସ୍ତଙ୍କୁ ନିବେଦନ। ୫,୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇ ରହିଛି। ବାତ୍ୟା ଦିଗ ବଦଳାଇଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ୧୩ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡିବ। ଆଗୁଆ ପଦକ୍ଷେପ ନିଆଯାଇଛି। ୬ଟି ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଯାଜପୁର। ଭଦ୍ରକ ଓ ଯାଜପୁର ବେଶୀ ପ୍ରଭାବିତ ହେବା ସମ୍ଭାବନା ରହିଛି।

Leave A Reply

Your email address will not be published.