Odisha Link
Bridging the Missing Links in Odisha

MBBS କାଉନସେଲିଂ ନେଇ ବିଜ୍ଞପ୍ତି ପ୍ରକାଶ, ଫିଜିକାଲି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: MBBS/BDS ତୃତୀୟ ରାଉଣ୍ଡ କାଉନସେଲିଂକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅପଗ୍ରେଡିଂ ସିଟ୍‌ ଆଲଟମେଣ୍ଟ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୂଡ଼ାନ୍ତ ଆଲଟମେଣ୍ଟ ଲେଟର ଡାଉନ୍‌ଲୋଡ କରି ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ରୁ ୨୬ ମଧ୍ୟରେ କଲେଜରେ ଫିଜିକାଲି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଜ୍ଞପ୍ତି ଅନୁସାରେ, ପ୍ରଥମ କରି ସିଟ୍‌ ଆଲଟ ଛାତ୍ରଛାତ୍ରୀ ଓଜେଇଇ ଅଫିସ୍‌ରେ ରିପୋର୍ଟ କରିବେ। ୨୬ ତାରିଖ ସକାଳ ୧୦ରୁ ୪ଟା ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।। ଯଦି ରିପୋର୍ଟ ନ କରିବେ ଖାଲି ସିଟ୍‌ ପାଇଁ ପୁଣି କାଉନସେଲିଂ କରାଯିବ। ବାତ୍ୟା ‘ଦାନା’ ପାଇଁ ସମ୍ପୃକ୍ତ କଲେଜ ରିପୋର୍ଟିଂର ସ୍ବତନ୍ତ୍ର ବ୍ୟବସ୍ଥା କରିବେ।

Leave A Reply

Your email address will not be published.