Odisha Link
Bridging the Missing Links in Odisha

ମାଡ଼ି ଆସୁଛି ‘ଦାନା’, ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ଭୀଷଣ ବାତ୍ୟା ପ୍ରଭାବରେ ସାମୁଦ୍ରିକ ଜୁଆର ଆସିବ। କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ୧ ରୁ ୨ ମିଟର ଜୁଆର ଆସିବ। ସାଧାରଣ ଜୁଆର ଠାରୁ ଅଧିକ ୧ରୁ ୨ ମିଟର ଜୁଆର ସହ ଜଗତସିଂହପୁର ଉପକୂଳରେ ଅଧରୁ ୧ ମିଟର ଜୁଆର ଆସିବ ବୋଲି ଆଇଏମି ଡିଜି କହିଥିବାବେଳେ ସାମୁଦ୍ରିକ ଜୁଆର ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସତର୍କ ସୂଚନା ଦେଇଛନ୍ତି।

ବାତ୍ୟା ‘ଦାନା’ ପ୍ରଭାବରେ ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକରେ ଏହାର ବେଶି ପ୍ରଭାବ ରହିବ। ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି। ଏହାସହ ଅନ୍ୟ ପାଶ୍ୱବର୍ତ୍ତୀ ଜିଲା ପୁରୀ,ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବାର୍ଷିବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସତର୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.