Odisha Link
Bridging the Missing Links in Odisha

ପୁରୀରେ ବାତ୍ୟା ମୁକାବିଲା ପାଇଁ ବୈଠକ, ପ୍ରଭାବିତ ଅଞ୍ଚଳରେ ପ୍ରଭାତୀ ପରିଡ଼ା

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୧୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୪୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟା ଦାନାର ପ୍ରଭାବରେ ପୁରୀ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଜାରି ରହିଛି। ବିଶେଷ କରି ଜିଲ୍ଲାର ଅସ୍ତରଙ୍ଗ, କାକଟପୁର ଅଂଚଳରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି। ପବନ ବହିବା ହେତୁ କିଛି ସ୍ଥାନରେ ଗଛ ଭାଙ୍ଗି ପଡିଥିବା ନଜରକୁ ଆସିଛି। ପୁରୀ ଜିଲ୍ଲାରେ ବାତ୍ୟା ସ୍ଥିତିକୁ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରିଥିବା ବେଳେ ସେଠାରେ ଥିବା ବ୍ଲକ କାର୍ଯ୍ୟାଳୟରେ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସାଙ୍ଗରେ ସଚିବ ବଲୱନ୍ତ ସିଂ ରହିଥିବା ବେଳେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିବା ସହ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.