Odisha Link
Bridging the Missing Links in Odisha

ଦହିବରା ପାଇଁ ସାବତ ଝିଅକୁ ପିଟିପିଟି ହତ୍ୟା କଲା ମା’

ଓଏଲ୍‌ ବ୍ୟୁରୋ: ୨୦ ଟଙ୍କାର ଦହିବରା କିଣି ଖାଇଲା ବୋଲି ଚାଲିଗଲା ଜୀବନ। ୧୪ ବର୍ଷିୟା ସାବତ ଝିଅକୁ ସାବତ ମା’ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅମାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଉଁଶବାଟୀ ପଞ୍ଚାୟତ ପୋଡ଼ାସାହିରେ ଘଟିଛି। ଏପରିକି ସମସ୍ତଙ୍କ ଅଗୋଚରରେ ସାବତ ମା’ ତାର ବାପ ଘର ଲୋକଙ୍କୁ ସହାୟତାରେ ନାବାଳିକା ପୋଡ଼ି ଦେବାକୁ ଚେଷ୍ଟା କରିବା ସମୟରେ ଶବ ଜବତ କରାଯାଇଛି।

ମିଳିଥିବା ସୂଚନା ମୁତବାକ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଉଁଶବାଟୀ ପଞ୍ଚାୟତ ପୋଡ଼ାସାହି ଗ୍ରାମର ସୁକୁଟା ସ୍ବାଇଁ ୨୦ ବର୍ଷ ପୂର୍ବେ ଶାଳପଡ଼ା ପଞ୍ଚାୟତ ବରବାଟୀ ଗ୍ରାମର ଶଶୀ ସ୍ବାଇଁଙ୍କୁ ବିବାହ କରିଥିଲେ। ବିଗତ ୯ ବର୍ଷ ହେଲା ଶଶୀଙ୍କର ମୃତ୍ୟୁ ହୋଇ ସାରିଛି। ତାଙ୍କର ଦୁଇଟି ଝିଅ ଥିଲେ। ଗୋଟିଏ ଝିଅକୁ ପଡ଼ୋଶୀ ଘରକୁ ଦେଇଥିବା ବେଳେ ଆଉ ଗୋଟିଏ ଝିଅ ତୁଳସୀ ନବମ ଶ୍ରେଣୀରେ ପାଠ ପଢ଼ୁଥିଲା। ସୁକୁଟା କିଛି ବର୍ଷ ହେବ କଳପଙ୍ଗି ଗ୍ରାମର ମଣ୍ଡା ସ୍ବାଇଁଙ୍କୁ ଦ୍ବିତୀୟ ବିବାହ କରିଥିବା ବେଳେ ତାଙ୍କର ଏବେ ୪ ମାସର ଏକ ପୁଅଟିଏ ହୋଇଛି। ସୁକୁଟା ୩ ମାସ ହେବ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି।

ସୁକୁଟାଙ୍କ ଦ୍ବିତୀୟ ସ୍ତ୍ରୀ ମଣ୍ଡା ତୁଳସୀକୁ ସବୁବେଳେ ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ତୁଳସୀ ପଦ୍ମାବତୀ ପାଠ ପଢ଼ିବାକୁ ଯାଇଥିଲେ। ଭୋକ ଲାଗିବାରୁ ସେ ୨୦ ଟଙ୍କାର ଦହିବରା କିଣିକି ଖାଇଥିଲେ। ଏହାକୁ ନେଇ ବୁଧବାର ଦିନ ଝିଅ ସହିତ ପାଟିତୁଣ୍ଡ କରିଥିଲା ମଣ୍ଡା। ଏପରିକି ତୁଳସୀକୁ ପିଟି ପିଟି ମାରିଦେଇଥିଲା ମଣ୍ଡା। ପରେ ନିଜ ଘର ଲୋକଙ୍କୁ ଡାକି ତୁଳସୀର ଶବକୁ ପୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତୁଳସୀଙ୍କ ମାମୁ ଘର ବାରବାଟୀରୁ ଲୋକ ପହଁଞ୍ଚି ସ୍ମଶାନରୁ ତୁଳସୀର ମୃତଦେହ ଜବତ କରି ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.