Odisha Link
Bridging the Missing Links in Odisha

ଅଶାନ୍ତ ହେଉଛି ଧାମରା ସମୁଦ୍ର, ବୁଡ଼ିଲା ଟ୍ରଲର୍

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୧୮୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଧାମରା ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଧାମରା ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର୍।

ଅନ୍ୟପଟେ, ବାତ୍ୟା ନେଇ ସୂଚନା ଦେଇଛନ୍ତି ପାଣିପାଗ ନିର୍ଦେଶିକା। ସେ କହିଛନ୍ତି, ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି। ଆଜି ରାତିରୁ କାଲି ସକାଳ ୯ଟା ଯାଏ ଗୁରୁତ୍ବପୂର୍ଣ୍ଣ। ମାଟି ଘରେ ଥିବା ଲୋକ ପକ୍କା ଘରକୁ ପଳାନ୍ତୁ। ଟିଣ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବ। ବିଦ୍ୟୁତ କାଟ୍‌ ମଧ୍ୟ ହେବ ସେଥିପାଇଁ ସତର୍କ ରୁହନ୍ତୁ। ଭୁବନେଶ୍ବରରେ ଆଗକୁ ବର୍ଷାର ପରିମାଣ ବଢ଼ିବ। ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ। ଭୀଷଣ ବାତ୍ୟା ହୋଇ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Leave A Reply

Your email address will not be published.