Odisha Link
Bridging the Missing Links in Odisha

ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ସିଜେଆଇ, ନଭେମ୍ବର ୧୧ରେ ନେବେ ଶପଥ

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶ୍ରୀ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୧୧ ତାରିଖରେ ଶ୍ରୀ ଖାନ୍ନା ଦାୟିତ୍ବ ଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।

ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଦୁଇ ବର୍ଷର କାର୍ଯ୍ୟକାଳ ପରେ ନଭେମ୍ବର ୧୦ରେ ଅବସର ନେଉଛନ୍ତି। ସେ ୮ ନଭେମ୍ବର, ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ସେ ୧୩ ମେ, ୨୦୨୫ରେ ଅବସର ଗ୍ରହଣ କରିବେ।

ସୂଚନାଥାଉକି, ବର୍ତ୍ତମାନର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଥିଲେ। ସରକାର ବିଦାୟୀ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖି ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ ତାଙ୍କ ସୁପାରିସ ପଠାଇବାକୁ କହିଥିଲେ।

Leave A Reply

Your email address will not be published.