Odisha Link
Bridging the Missing Links in Odisha

ବାତ୍ୟା ସମୟରେ ଶୁଭିଲା କଅଁଳ କାନ୍ଦ, ଜନ୍ମ ନେଲେ ୧୬ ଶହ ନବଜାତ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ଏହି ବାତ୍ୟା ତାଣ୍ଡବ ଭିତରେ ଆସିଛି ଏକ ଖୁସି ଖବର। ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟରେ ଏକ ରେର୍ଡ କରିଛି ଓଡ଼ିଶା। ଆଉ ଏହି ରେକର୍ଡଟି ହେଲା, ବାତ୍ୟା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି।

ସୂଚନାଯୋଗ୍ୟା, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗର୍ଭବତୀଙ୍କୁ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି। ସମସ୍ତ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.