Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଯବାନ ସହିଦ

ଓଏଲ୍ ବ୍ୟୁରୋ: ଜମ୍ମୁ-କଶ୍ମୀରରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କାଶ୍ମୀରର ଗୁଲମର୍ଗ ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଯବାନ ସହିଦ ହୋଇଛନ୍ତି। ଏହା ବ୍ୟତିତ ୩ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଏହି ଘଟଣାରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଏହା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି।

Leave A Reply

Your email address will not be published.