Odisha Link
Bridging the Missing Links in Odisha

ବାତ୍ୟା ମାଡ଼ରେ ଭାଙ୍ଗି ପଡ଼ିଛି ଗଛ, ରାସ୍ତା ସଫା କରିବାକୁ ଜୋରଦାର ଉଦ୍ୟମ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି। କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି। ରାସ୍ତାରେ ମୁହଁମାଡ଼ି ପଡ଼ିଛନ୍ତି ବିରାଟ ବିରାଟ ଗଛ। ଚାଷ ବୁଡିଛି, ମୁଣ୍ଡରେ ହାତ ଦେଇ ଚାଷୀ ବସିଛି। ପିଲାଛୁଆଙ୍କୁ ଧରି ଘରବାଡି ଛାଡି ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି।

ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନ ନିକଟସ୍ଥ ଡାଙ୍ଗମାଳରୁ ତାଳଚୁଆ ମଧ୍ୟରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡିଛି। ଭାଙ୍ଗି ପଡ଼ିଥିବା, ଉପୁଡି ପଡ଼ିଥିବା ଗଛକୁ ଏନଡ଼ିଆରଏଫ, ଓଡ୍ରାଫ ଦଳ କଟର ମେସିନ ସାହାଯ୍ୟରେ ହଟାଇବ କାର୍ଯ୍ୟରେ ଲାଗି ପଡିଛନ୍ତି। ମହାକାଳପଡା ବ୍ଲକ ଓ ରାଜକନିକା ବ୍ଲକରେ ମଧ୍ୟ ଭାଙ୍ଗି ପଡ଼ିଥିବା, ଉପୁଡି ପଡ଼ିଥିବା ଗଛକୁ ଏନଡ଼ିଆରଏଫ, ଓଡ୍ରାଫ ଦଳ କଟର ମେସିନ ସାହାଯ୍ୟରେ ହଟାଇ ରାସ୍ତା ସଫା କରୁଛନ୍ତି।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ କହିଛନ୍ତି, କାଲି ରାତିରେ ବାତ୍ୟା ଲ୍ୟାଣ୍ଡଫଲ କରିଛି। ରାଜକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକର ଧାମରା ଓ ଚାନ୍ଦବାଲିରେ କ୍ଷୟକ୍ଷତି ହୋଇଛି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି। ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ଚାଲିଛି। ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳକୁ ବାହାରି ଗଲେଣି। ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.