Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ନିର୍ବାଚନ: ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା, ପ୍ରଚାର କରିବେ ମୋହନ ମାଝୀ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିଛନ୍ତି। ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଜେ.ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ଗଡ଼କରୀ, ଶିବରାଜ ସିଂ ଚୌହ୍ବାନ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଲିକାରେ ରହିଛନ୍ତି।

ସୂଚନା ଅନୁସାରେ, ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସୂଚନା ଅନୁସାରେ, ଝାଡ଼ଖଣ୍ଡ ନିର୍ବାଚନରେ ୨.୬ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ମହିଳା ଭୋଟର ୧.୨୯ କୋଟି ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ ରହିଛି। ସେହିପରି ୧୧.୮୪ ଲକ୍ଷ ୧୮ରୁ ୧୯ ବର୍ଷିୟ ଭୋଟର ପ୍ରଥମ ଥର ପାଇଁ ନିଜ ମତ ସାବ୍ୟସ୍ତ କରିବେ। ୬୬.୮୪ ଲକ୍ଷ ଯୁବ ଭୋଟର ଚଳିତ ଥର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।

Leave A Reply

Your email address will not be published.