Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀରରେ ନୂଆ ସରକାର ଆସିବା ପରେ ବି ସୁଧୁରୁନି ସ୍ଥିତି, ୨ ସପ୍ତାହରେ ଗଲାଣି ୧୯ ଜୀବନ

ଓଏଲ୍‌ ବ୍ୟୁରୋ: ପ୍ରାୟ ୭ ବର୍ଷ ୪ ମାସ ପରେ ଜମ୍ମୁ-କଶ୍ମୀରକୁ ମିଳିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ୧୦ ବର୍ଷ ପରେ ନିର୍ବାଚନ ହୋଇଥିଲା। ଆଉ ଅମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଜମ୍ମୁ କଶ୍ମୀର ଶାସନ ଗାଦିରେ ବସିଛନ୍ତି। ଏହାପରେ ବି କେନ୍ଦ୍ର ଶାସିତ ଜମ୍ମୁ କଶ୍ମୀରେ ଆତଙ୍କି ଆକ୍ରମଣ କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ନୂଆ ସରକାର ଗଠନର ଦୁଇ ସପ୍ତାହ ମଧ୍ୟରେ ଭିନ୍ନ ଭିନ୍ନ ଆତଙ୍କୀ ଆକ୍ରମଣ ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ଅକ୍ଟୋବର ୨୪ରେ କଶ୍ମୀରର ଗୁଲମର୍ଗରେ ପୁଣିଏକ ଆତଙ୍କୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ଦୁଇ ଜଣ ଆର୍ମି ପୋର୍ଟର ଓ ଦୁଇ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ପର୍ଯ୍ୟଟନ ସ୍ଥଳିରେ ହୋଇଛି। ଯେଉଁଠାରେ ସେନାର ସୁରକ୍ଷା କଡ଼ାକଡ଼ି ରହିଥାଏ ସେହି ଅଞ୍ଚଳରେ ଏଭଳି କାଣ୍ଡ ଘଟାଇଛନ୍ତି ଆତଙ୍କୀ।

ଏହାପୂର୍ବରୁ ଅକ୍ଟୋବର ୨୦ ଗାନ୍ଦରବଲ ଜିଲ୍ଲାର ଗଗନଗିରରେ ନିର୍ମାଣ ହେଉଥିବା ଏକ ସୁଡ଼ଙ୍ଗ ସଇଟରେ ଆତଙ୍କୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଏଥିସହିତ ଜଣେ ଡାକ୍ତରଙ୍କୁ ମାରି ଦେଇଥିଲେ ଆତଙ୍କୀ।

Leave A Reply

Your email address will not be published.