Odisha Link
Bridging the Missing Links in Odisha

ବର୍ଡର-ଗାଭାସ୍କର ଟ୍ରଫି: ୧୮ ଜଣିଆ ଦଳ ଘୋଷଣା କଲା ଭାରତ, ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ଓଏଲ୍‌ ବ୍ୟୁରୋ: ଆସନ୍ତା ନଭେମ୍ବର ୨୨ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ। ଭାରତୀୟ ଟିମ ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହାକୁ ନଜରରେ ରଖି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଉପ-ଅଧିନାୟକ ଦାୟିତ୍ବ ଯଶପ୍ରୀତ୍‌ ବୁମରାହଙ୍କ ଉପରେ ରହିଛି।

ସବୁଠୁ ବଡ଼କଥା ହେଲା ଅଲରାଉଣ୍ଡର ଭାବେ ଦଳରେ ନୀତିଶ କୁମାର ରେଡ୍ଡୀ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ସାର୍ଦ୍ଦୁଲ ଠାକୁରଙ୍କ ଭଳି ଷ୍ଟାର ଖେଳାଳି ଦଳରେ ସ୍ଥାନ ପାଇ ନାହାନ୍ତି। ସେହିପରି ମହମ୍ମଦ ସାମିଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନି। ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ।ଅଭିମନ୍ୟୁ ଇଶ୍ବରନ୍, ହର୍ଷିତ ରାଣାଙ୍କ ଭଳି ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ୍‌ ବୁମରାହ (ଉପଅଧିନାୟକ), ଯଶ୍ବସୀ ଜୟଶଓ୍ବାଲ, ଅଭିମନ୍ୟୁ ଇଶ୍ବରନ୍, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ, ସରଫରାଜ ଖାନ୍, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନୀ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତିଶ କମୁାର ରେଡ୍ଡୀ, ଓ୍ବାଂଶିଟନ୍‌ ସୁନ୍ଦର।

ଅତିରିକ୍ତ ଖେଳାଳି: ମୁକେଶ କୁମାର, ନବଦୀପ ସାଇନି, ଖଲିଲ ଅହମ୍ମଦ

Leave A Reply

Your email address will not be published.