Odisha Link
Bridging the Missing Links in Odisha

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ, ବାୟୁର ଗୁଣବତ୍ତା ୩୫୦ ପାର୍

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଆଜି ଅତି ଖରାପ ବର୍ଗରେ ଦିଲ୍ଲୀର ବାୟୁର ମାନ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଧୂଳି, ଧୂଆଁ ଓ କହୁଡ଼ିର ଆସ୍ତରଣରେ ଢାଙ୍କି ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୫୦କୁ ହ୍ରାସ ପାଇଛି।

ଦିଲ୍ଲୀର ବାୟୁ ଗୁଣବତ୍ତା ଆଜି ‘ଅତି ଖରାପ’ ଶ୍ରେଣୀରେ ରହିଥିବା ରେକର୍ଡ କରାଯାଇଛି।​ ସମୁଦାୟ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୦ରେ ରହିଥିବା ବାୟୁ ମାନ ସଂକ୍ରାନ୍ତ ପାଣିପାଗ ତଥ୍ୟରେ କୁହାଯାଇଛି। ଯାହାକି ଅତି ଖରାପ ଶ୍ରେଣୀରେ ଅଛି। ଲଗାତାର କିଛି ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅନ୍ୟପଟେ, ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସ୍ଥାନେ ସ୍ଥାନେ ଫେଣର ମୋଟା ପରସ୍ତ ଦେଖାଯାଉଛି। ଛଠ୍‌ ପୂର୍ବରୁ ହିଁ ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି।

ଆହୁରି ମଧ୍ୟ, ଛୋଟ ବଡ଼ ଫ୍ୟାକ୍ଟ୍ରିରୁ ବାହାରୁଥିବା କେମିକାଲ ବର୍ଜ୍ୟବସ୍ତୁ ବି ଏହି ବିଷାକ୍ତ ଫେଣର ଏକ ବଡ଼ କାରଣ, ଯାହା ନାଳ ଦେଇ ଯମୁନାରେ ଆସି ମିଶୁଛି। ଆଜି ସୋସିଆଲ ମିଡିଆରେ ଯମୁନା ନଦୀର ଏହି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୂର ଦୂର ଯାଏ ନଦୀ ଉପରେ ଧଳା ଫେଣ ଦେଖିବାକୁ ମିଳୁଛି।

ଏହା ଏକ ବରଫାଚ୍ଛନ୍ନ ଜାଗାର ଭ୍ରମ ସୃଷ୍ଟି କରୁଥିବା ବେଳେ ବାସ୍ତବରେ କିନ୍ତୁ ଦୃଶ୍ୟ ହେଉଛି ଦିଲ୍ଲୀର କାଳିନ୍ଦୀ କୁଞ୍ଜର। ଏଠାରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି। ଯାହା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.