Odisha Link
Bridging the Missing Links in Odisha

ଶିମିଳିପାଳରେ ବଢ଼ିଲା ବାଘୁଣୀ ସଂଖ୍ୟା, ମହାରାଷ୍ଟ୍ରରୁ ଆସିଲା ନୂଆ ଅତିଥି

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା। ଅଭୟାରଣ୍ୟକୁ ଆସିଲେ ନୂଆ ଅତିଥି। ମହାରାଷ୍ଟ୍ରରୁ ଏକ ବାଘୁଣୀ ଅଣାଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନି ଏବଂ ଶିମିଳିପାଳ ଅଭୟାରଣ୍ୟର ବନ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘକୁ ଆଣିଥିବାର ଜଣାପଡ଼ିଛି। ଏହି ବାଘୁଣୀଟି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆସିଛି। ତେବେ ଏହି ବାଘୁଣୀକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା।

ସୂଚନା ଅନୁସାରେ, ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ଅଢେଇ ବର୍ଷର ବାଘୁଣୀ ଆସିଛି। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ମହାରାଷ୍ଟ୍ରରୁ ଏହାକୁ ଅଣାଯାଇଛି। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.