Odisha Link
Bridging the Missing Links in Odisha

ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ, ଶପଥ ନେଲେ ସରକାରୀ ଅଧିକାରୀ

ଓଏଲ୍‌ ବ୍ୟୁରୋ: ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ କରିବା ଦିଗରେ ସରକାର ତତ୍ପରତା ଦେଖାଇଛନ୍ତି। ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ଆରମ୍ଭ ହୋଇଛି। ଲୋକସେବା ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଛନ୍ତି, ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତି ବଦ୍ଧ। ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି। ୬ ମୁଖ୍ୟ ଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି।

୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା, ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି। ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ। ଏ ସରକାର କେତେବେଳେ ବି ବାନ୍ଧିପାରେ, ସବୁ ବେଳେ ମନେ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୮ ତାରିଖ ଅର୍ଥାତ ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି” ବା “Culture of Integrity for Nation’s Prosperity” ପ୍ରସଙ୍ଗ ଆଧାରରେ ପାଳନ କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ସରକାରୀ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟାଳୟ, ସଂସ୍ଥାମାନଙ୍କରେ କାର୍ଯ୍ୟାରତ ସମସ୍ତ ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି।

Leave A Reply

Your email address will not be published.