Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ଏନେଇ ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ।

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରିଦେବୁ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡ। ପୁରୁଣା କାର୍ଡରେ ୯୫୦, ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲରୁ ସୁବିଧା ମିଳିବ। ଉଭୟ ଯୋଜନା ପାଇଁ ଗୋଟିଏ କାର୍ଡ ଜାରି ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଆକଳନ ଅନୁସାରେ, ସାଢ଼େ ୩ କୋଟି ଲୋକଙ୍କୁ କାର୍ଡ ମିଳିବ। ଆୟୁଷ୍ମାନ ଭାରତ ଭଳି ଆମ ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସୁବିଧା ପାଇବେ। ରାସନ କାର୍ଡ ପାଇଁ ଇ-କେୱାଇସି ଚାଲିଛି। ସରିବା ପରେ ସଂଖ୍ୟା ଜଣାପଡ଼ିବ। BSKY ଯୋଜନାରେ ୯୫୭ ହସ୍ପିଟାଲ୍‌ରେ ସୁବିଧା ମିଳୁଥିଲା। ଏଣିକି ୨୭ ହଜାରରୁ ଊର୍ଦ୍ଧ୍ବ ଅନୁବନ୍ଧିତ ହସ୍ପିଟାଲ୍‌ରେ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.