Odisha Link
Bridging the Missing Links in Odisha

ମଠ ମନ୍ଦିରର ସୁରକ୍ଷା ପାଇଁ ନୂଆ ଯୋଜନା, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍‌ ବ୍ୟୁରୋ: ମଠ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଖୁବଶୀଘ୍ର ସରକାର ଦେବାଳୟ ଯୋଜନା ଆଣିବାକୁ ଯାଉଛନ୍ତି। ଏନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁପ୍ରିଣ୍ଟ କରାଯାଉଛି। ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା।ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏଥିରେ ରହିଛି। ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା। ତେଣୁ ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.