Odisha Link
Bridging the Missing Links in Odisha

ମହାରାଷ୍ଟ୍ର ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଏକନାଥ ସିନ୍ଦେ

ଓଏଲ୍‌ ବ୍ୟୁରୋ: ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପରେ ନଭେମ୍ବର ମାସରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ହେବ ନିର୍ବାଚନ। ଏଥିସହିତ ଦେଶର ୪୭ ବିଧାନସଭା ଓ ୨ଟି ଲୋକସଭା ଆସନରେ ଉପନିର୍ବାଚନ ମଧ୍ୟ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଏହି କ୍ରମରେ ଆଜି ନାମାଙ୍କନ ଭରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। କୋପ୍ରି-ପଚପଖାଡ଼ି ଆସନରୁ ଲଢ଼ିବେ ଏକନାଥ ସିନ୍ଧେ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୩୬ ଜିଲ୍ଲା ଥିବାବେଳେ ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବ। ସେହିଭଳି ଝାଡ଼ଖଣ୍ଡର ୨୪ ଜିଲ୍ଲାର ୮୧ ଆସନରେ ନିର୍ବାଚନ ହେବ। ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ମହାରାଷ୍ଟ୍ରରେ ନିର୍ବାଚନ ପାଇଁ ଅକ୍ଟୋବର ୨୯ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସ୍ଥିର ହୋଇଥିବାବେଳେ ନଭେମ୍ବର ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି।

୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩ ନଭେମ୍ବର ଭୋଟ ଗଣନା ହେବ। ନଭେମ୍ବର ୨୫ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

Leave A Reply

Your email address will not be published.